ମନର ଅକୁହା ବେଦନା।
ଆଜି ମୋତେ ସେହି ୧୭ ବରଷ ପୂର୍ବ କଥା ମନେ ପଡୁଛି। ମୋର ହୃଦୟ ର ଭାବନା କୁ କିଏ ଚିନ୍ହି ପାରି ନଥିଲେ । ନା ସେହି ପ୍ରିୟତମା ବୁଝି ପାରି ଥିଲା, ନା ସେହି ପ୍ରିୟତମା ର ବାପା ମାଆ ବୁଝି ପାରିଥିଲେ। ସେହି ପ୍ରିୟତମା ହାତରେ ମଙ୍ଗଳ ସୂତ୍ର ଥୋଇଦେଇ ଚାଲିଗଲା। ପ୍ରିୟତମା ର ବାପା ମାଁ ଛାଡି ଦେଲେ। ଶେଷ ସମୟ ପର୍ଯ୍ୟନ୍ତ ତା ୧୭/11/୨00୪ ରିଖ ଭୋର ପ୍ରାୟ ୪ ଟା ଯାଏ ପ୍ରିୟତମା ପାଖରୁ ଉତ୍ତର ଚାହୁଁଥିଲି। କିନ୍ତୁ କିଛି ଉତ୍ତର ମିଳିଲା ନାହିଁ। ସେହି ଦିନଠାରୁ ଆଉ ପ୍ରିୟତମା ଘରକୁ ମିସଡ଼ କଲ ଗଲା ନାହିଁ । କାରଣ ତା ପରେ ପ୍ରିୟତମା ର ଅଲଗା ସ୍ଥାନରେ ବାହାଘର ହୋଇ ଗଲା। ଯେମିତି ଗଭୀର ସମୁଦ୍ର ଭିତରେ ନାବିକ କୁ ସମୁଦ୍ର ଝଡ ସମ୍ମୁଖୀନ କରିବାକୁ ପଡିଥାଏ ଓ ପଥ ହରା ନାବିକ ହେଇଯାଏ, ସେମିତି ମୋ ଜୀବନରେ ଘଟି ଯାଇଥିଲା। ସେହି ସମୟରେ ଏହି ପଥ ହରା ନାବିକ କୁ ବର୍ତ୍ତମାନ ର ଅର୍ଧଙ୍ଗିନୀ ମିଳିଥିଲା । ସେହି ସମୟରେ ଏହି ନାବିକର ହୃଦୟ କଷ୍ଟ , ମୋର ଆତ୍ମ ଜୀବନ ,ମୋର ଯୋଗ୍ୟତା କଣ, ମୋର ଚାଲିଚଳନ କଣ , ମୁଁ କେଉଁ ପରିସ୍ଥିତି ରେ କାମ କରିବାକୁ ପଡିଥାଏ ସେ ବେଶ ହୃଦୟଙ୍ଗମ କରି ପାରିଥିଲା। ମୁଁ ଯେଉଁ ପାଞ୍ଚଭୁତ କୁ ସାକ୍ଷୀ ରଖି ପ୍ରିୟତମା କୁ ଗ୍ରହଣ କରିଥିଲି। ସେହି ପଞ୍ଚଭୁତ ହିଁ ମୋର କଷ୍ଟ ବୁଝି ପାରିଥିବେ ।ସେହି ହୃଦୟ ଜ୍ୱାଳାର ପ୍ରତିଶୋଧ ...